ବାଇକ୍ ପାଟ୍ରୋଲିଂ ଟିମର ଶୁଭାରମ୍ଭ କଲେ ଏସ୍‌ପି

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସହରରେ ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ତରଫରୁ ଏକ ନୂଆ ପ୍ରୟାସ ଆରମ୍ଭ କରାଯାଇଛି। ନୂତନ ଭାବେ ପୁଲିସ ତରଫରୁ ଏକ ବାଇକ ପାଟ୍ରୋଲିଂ ଟିମ ଗଠନ କରାଯାଇଛି। ବଲାଙ୍ଗିର ଏସ୍‌ପି ଏମ ସନ୍ଦିପ ସମ୍ପତ ଗୁରୁବାର ଏହି ବାଇକ୍ ପାଟ୍ରୋଲିଂ ଟିମର ଶୁଭାରମ୍ଭ କରିଛନ୍ତି।

ଏହି ଟିମରେ ୨ ଜଣ ଏଏସଆଇ, ୬ ଜଣ ହାବିଲଦାର ଓ ୪୨ ଜଣ କନଷ୍ଟେବଳ ରହିଛନ୍ତି। ଏଥିସହିତ ୨ଟି ବାଇକ୍ ମଧ୍ୟ ରହିଛି। ସେହି ବାଇକରେ ସାଇରନ୍‌ ବ୍ୟବସ୍ଥା ସହ ପବ୍ଲିକ୍ ଆଡରେସ ସିଷ୍ଟମ ରହିଛି। ଯାହା ଜଣେ ଆସିଷ୍ଟାଣ୍ଟ କମାଣ୍ଡରଙ୍କ ନିୟନ୍ତ୍ରଣରେ ରହିବ। ବଲାଙ୍ଗିରରେ ଟ୍ରାଫିକ୍‌ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ପୁଲିସ ଜନସାଧାରଣଙ୍କ ସହଯୋଗ କାମନା କରିଛି।