ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା, ଡିଏଫଓଙ୍କୁ ଏସପିଙ୍କ କ୍ଲିନଚିଟ

  • ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ୍ଚିଟ୍। ଗଣମାଧ୍ୟମ ଆଗରେ ଏହି ଖୁଲାସା କରିଛନ୍ତି ଗଜପତି ଏସ୍ପି ତପନ କୁମାର ପଟ୍ଟନାୟକ। ସେ କହିଛନ୍ତି, ସୌମ୍ୟ ମୃତ୍ୟୁ ଘଟଣା ସହିତ ଡିଏଫ୍ଓଙ୍କର କୌଣସି ସମ୍ପୃକ୍ତି ନଥିବା ଜଣାପଡୁଛି। ସିଡିଆର ଯାଞ୍ଚରୁ ଡିଏଫ୍ଓଙ୍କର ବିଦ୍ୟାଙ୍କ ସହ ସମ୍ପୃକ୍ତି ନଥିବା ସ୍ପଷ୍ଟ ହୋଇଛି। ଏପରିକି ରୋଷେୟାଙ୍କର ମଧ୍ୟ କୌଣସି ସମ୍ପୃକ୍ତି ନାହିଁ। ବିଦ୍ୟାଭାରତୀ ପଣ୍ଡାଙ୍କ ଘର ଲୋକଙ୍କ ଫୋନ କଲ୍ ପାଇ ମମତା ପଣ୍ଡା ଯାଇଥିବା ଏସ୍ପି ଆଜି କହିଛନ୍ତି। ତେବେ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ପାଇଁ ଅଧିକ ତଦନ୍ତର ଆବଶ୍ୟକତା ରହିଛି।