ଶିଶୁ ଆଶ୍ରୟ ଗୃହରେ ଦୀପାବଳୀ ପାଳିଲେ ଏସପି

ଦେବଗଡ,ଏନଏନଏସ : ଆଲୋକର ପର୍ବ ଦୀପାବଳୀ ଅବସରରେ ଦେବଗଡ ଜିଲ୍ଲା ପୁଲିସ ପକ୍ଷରୁ ସ୍ଥାନୀୟ ବାବୁ ସାହି ସ୍ଥିତ ଶିଶୁ ଗୃହ ସପୋର୍ଟ ଠାରେ ଅନ୍ତେବାସୀଙ୍କ ସହ ଦୀପାବଳି ପାଳନ କରିଥିବା ଦେଖିବାକୁ ମିଳିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଆଜି ପୁର୍ବାହ୍ନରେ ସପତ୍ନୀକ ଜିଲ୍ଲା ପୁଲିସର ବିଭିନ୍ନ ଅଧିକାରୀଙ୍କ ସହ ସପୋର୍ଟ ଗୃହରେ ଥିବା ଅନ୍ତେବାସୀ ସହ ଦୀପାବଳି ପାଳନ କରିଥିଲେ ।

ଏହି ଅବସରରେ ଆଶ୍ରୟ ଗୃହ ଶିଶୁମାନଙ୍କୁ ଆଲୋକର ପର୍ବ କୁ ସୁରକ୍ଷିତ ପାଳନ ପାଇଁ ଉପଦେଶଦେବା ସହ ଶିଶୁ ମାନଙ୍କୁ ପଠନ ସାମଗ୍ରୀ ,ମିଷ୍ଟାନ୍ନ ଓ ଦୀପାବଳୀ ପାଳନ ପାଇଁ ଫୁଲଝରି ଉପହାର ପ୍ରଦାନ କରିଥିଲେ । ଏହି ଅବସରରେ ଆଶ୍ରୟ ଗୃହର ଶିଶୁ ମାନେ ସଂଙ୍ଗୀତ ମାଧ୍ୟମରେ ଜିଲ୍ଲା ପୁଲିସ ଅଧିକାରୀ ମାନଙ୍କୁ ସ୍ୱାଗତ କରିବା ସହ ଦୀପାବଳୀର ଶୁଭେଚ୍ଛା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଏଚଆରପିସି ଡିଏସପି ରବିନ୍ଦ୍ର କୁମାର ରାଉତ , ରିଜର୍ଭ ଇନ୍ସପେକ୍ଟର କାଳୀ ଚରଣ ମାଝୀ ଓ ଏଏସଆଇ ସନତ କୁମାର ରଣା ପ୍ରମୁଖ ଉପସ୍ଥିତ ଥିଲେ ।