ସାଉଥ ଆଫ୍ରିକା ଆଗରେ ୩୯୫ ରନର ବିଜୟ ଲକ୍ଷ୍ୟ, ଅଶ୍ୱିନଙ୍କୁ ୭ ୱିକେଟ

ବିଶାଖାପାଟଣା: ଆୟୋଜକ ଭାରତ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତିବାକୁ ଭ୍ରମଣକାରୀ ସାଉଥ୍ ଆଫ୍ରିକା ଆଗରେ ୩୯୫ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହି ଲକ୍ଷ୍ୟକୁ ପିଛା କରି ଶନିବାର ଚତୁର୍ଥଦିନ ଖେଳ ଶେଷ ସୁଦ୍ଧା ସାଉଥ୍ ଆଫ୍ରିକା ଦ୍ୱିତୀୟ ଇନିଂସରେ ୯ ଓଭର ଖେଳି ଡିନ୍ ଏଲଗାରଙ୍କ ୱିକେଟ ବିନିମୟରେ ୧୧ ରନ୍ ସଂଗ୍ରହ କରିନେଇଛି।

ଷ୍ଟମ୍ପସ ଅପସାରଣ ବେଳକୁ ଅନ୍ୟତମ ଓପନର ଆଇଡେନ୍ ମାର୍କରାମ ୩ ଓ ଥେଉନିସ୍ ଡି ବ୍ରୁଇନ୍ ୫ ରନ୍ରେ ବ୍ୟାଟିଂ କରୁଥିଲେ। ଭାରତ ପକ୍ଷରୁ ବାମହାତୀ ସ୍ପିନର ପ୍ରତିପକ୍ଷ ଓପନର ଏଲଗାରଙ୍କୁ ୨ ରନ୍ରେ ପାଭିଲିୟନ ପଠାଇ ଦେଇଛନ୍ତି। ପ୍ରଥମ ଇନିଂସରେ ଏହି ଓପନର ଶତକ ହାସଲ କରିବା ସହ ସାଉଥ୍ ଆଫ୍ରିକାକୁ ବିପଦରୁ ରକ୍ଷା କରିଥିଲେ।

ରବିବାର ଏହି ଟେଷ୍ଟର ୫ମ ତଥା ଶେଷ ଦିନ। ଏହି ଦିନରେ ମ୍ୟାଚ୍ ଜିତିବାକୁ ହେଲେ ଭାରତକୁ ୩୮୨ ରନ୍ ମଧ୍ୟରେ ସାଉଥ୍ ଆଫ୍ରିକାର ଅବଶିଷ୍ଟ ୯ଟି ୱିକେଟ ଅକ୍ତିଆର କରିବା ଆବଶ୍ୟକ। ଅନ୍ୟ ପକ୍ଷରେ ସାଉଥ୍ ଆଫ୍ରିକାକୁ ଟେଷ୍ଟ ଜିତିବାକୁ ହେଲେ ବାକିଥିବା ୯ଟି ଦ୍ୱିତୀୟ ଇନିଂସ ୱିକେଟ ସହାୟତାରେ ଆଉ ୩୮୪ ରନ୍ ସଂଗ୍ରହ କରିବାକୁ ପଡ଼ିବ। ଟର୍ଣ୍ଣ ନେଉଥିବା ଏହି ଟ୍ରାକ୍ରେ ସାଉଥ୍ ଆଫ୍ରିକାକୁ ମ୍ୟାଚ୍ ବଞ୍ଚାଇବା କଷ୍ଟକର ହୋଇପଡିବ।