ସୌରଭ ଗାଙ୍ଗୁଲି ଡାକ୍ତରଖାନାରେ ଭର୍ତ୍ତି

କୋଲକାତା,ଏଜେନ୍ସି: କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି ଶନିବାର ହୃଦଘାତରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଆଜି ସକାଳେ ଜିମରେ ୱାର୍କଆଉଟ୍ କରୁଥିବା ବେଳେ ଗାଙ୍ଗୁଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେ ଭଲ ଅନୁଭବ ନ କରିବାରୁ ତାଙ୍କୁ ସେଠାରୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମାଇଲ୍ଡ ଆଟାକ୍ ହୋଇଥିବା କହିଛନ୍ତି। ଗାଙ୍ଗୁଲିଙ୍କ ଆଜି ସନ୍ଧ୍ୟା ସୁଦ୍ଧା ଏକ ଆଞ୍ଜିଓପ୍ଲାଷ୍ଟି କରାଯିବ। ଏ ଖବର ପାଇବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।