ସୌମ୍ୟା ମିଶ୍ର ହେଲେ ଅଗ୍ନିଶମ ଏଡିଜି

ଭୁବନେଶ୍ୱର,ଏନ୍ଏନ୍ଏସ୍: ତେଲେଙ୍ଗାନା କ୍ୟାଡରର ବରିଷ୍ଠ ଆଇପିଏସ୍ ଅଫିସର ଡ. ସୌମ୍ୟା ମିଶ୍ରଙ୍କୁ ଅଗ୍ନିଶମ ବିଭାଗର ଅତିରିକ୍ତ ଡିଜି ଭାବେ ନିଯୁକ୍ତିି ଦିଆଯାଇଛି। ୧୯୯୪ ବ୍ୟାଚର ଆଇପିଏସ୍ ଅଫିସର ଡ. ମିଶ୍ର ଡେପୁଟେସନରେ ଓଡ଼ିଶା ଆସିବା ପରେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ଉଲ୍ଲେଖଥାଉ କି, ଡ. ସୌମ୍ୟା ମିଶ୍ର ଓଡ଼ିଶାର ପ୍ରଥମ ମହିଳା ଆଇପିଏସ୍ ଅଫିସର। ସେ କଟକରେ ଜନ୍ମ ଗ୍ରହଣ କରିଥିଲେ। ସେ ସୋସିଓଲୋଜିରେ ପିଏଚଡି କରିଥିବା ବେଳେ ପୁଲିସ ମ୍ୟାନେଜମେଣ୍ଟରେ ଏମଏ ଡିଗ୍ରୀ ହାସଲ କରିଛନ୍ତି। ସେ ହାଇଦ୍ରାବାଦରେ ତେଲେଙ୍ଗାନା ପୁଲିସର କ୍ରାଇମ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟରେ କାର୍ଯ୍ୟ କରୁଥିଲେ।