ସ୍କୁଲରେ ନାମ ଲେଖା ପାଇଁ ଏସଓପି ଜାରି

ଭୁବନେଶ୍ୱର: ସ୍କୁଲରେ ନାମ ଲେଖାଇବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏସଓପି ଜାରି କରିଛି। ଏହି ଗାଇଡଲାଇନ ଅନୁସାରେ ସ୍କୁଲରେ ନାମ ଲେଖାଯାଇପାରିବ। ନାମ ଲେଖାଇବା ସମୟରେ କୋଭିଡ -୧୯ ନିୟମାବଳି ବାଧ୍ୟତାମୂଳକ ଭାବେ ପାଳନ କରାଯିବ। ସେହିପରି ନାମଲେଖାରୁ ଯେପରି କୌଣସି ଛାତ୍ରଛାତ୍ରୀ ବାଦ ନପଡ଼ନ୍ତି, ତା’ ଉପରେ ଗୁରୁତ୍ୱ ଦିଆଯିବ। ବିଦ୍ୟାଳୟରେ ଗ୍ରେଡ ୧ରୁ ୮ ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତିର୍ଣ୍ଣ କରାଯିବ। ପ୍ରଥମ ଶ୍ରେଣୀ ପିଲାଙ୍କ ନାମଲେଖା ପାଇଁ ଅଙ୍ଗନବାଡି କେନ୍ଦ୍ରରୁ ତାଲିକା ମଗାଯିବ।

ନାମଲେଖାବେଳେ କେଭିଡ୍ ଗାଇଡ୍ ଲାଇନ୍ ମାନିବାକୁ ବାଧ୍ୟ। ଏଥି ସହିତ ଗ୍ରେଡ ୯ ଓ ୧୦ର ଛାତ୍ରଛାତ୍ରୀ କେମିତି ଉତ୍ତିର୍ଣ୍ଣ ହେବେ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ଭିତରେ ଉର୍ତ୍ତିର୍ଣ୍ଣ ଛାତ୍ରଛାତ୍ରୀ ଅଥବା ଅଭିଭାବକଙ୍କ ନାମ ଲେଖାଇବା ବେଳେ ସେମାନଙ୍କର ଉପସ୍ଥିତି ଆବଶ୍ୟକତା ନାହିଁ। ବିଦ୍ୟାଳୟ ରେଜିଷ୍ଟର ଖାତାରେ ଥିବା ତଥ୍ୟ ଅନୁସାରେ ଏହି ପ୍ରକ୍ରିୟା ଚାଲିବ। ଛାତ୍ରଛାତ୍ରୀ ଗୋଟିଏ ସ୍କୁଲରୁ ଅନ୍ୟ ସ୍କୁଲକୁ ଯିବାକୁ ଚାହୁଁଥିଲେ, ସେହି ସମୟରେ ବର୍ତ୍ତମାନର ପ୍ରଧାନଶିକ୍ଷକ ନିକଟସ୍ଥ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଛାତ୍ରଛାତ୍ରୀ ମୋବାଇଲ ନମ୍ବର ସହ ତାଲିକା ଦେବେ।

ବିଦ୍ୟାଳୟ କର୍ତ୍ତୃପକ୍ଷ ନାମ ଲେଖାଇବା ପାଇଁ ଅଭିଭାବକଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିବେ। ଯେଉଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ, ଅଭିଭାବକଙ୍କ ନାମ ପରିବର୍ତ୍ତନ କରିବାକୁ ଚାହୁଁଥିବେ ସେମାନେ ବର୍ତ୍ତମାନ ସ୍କୁଲରୁ ଟିସି ନେଇ ନୂତନ ସ୍କୁଲରେ ଦାଖଲ କରିପାରିବେ। କଣ୍ଟେନମେଣ୍ଟ ଜୋନରେ ସ୍କୁଲ ଥିଲେ ନାମଲେଖା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। କଣ୍ଟେନମେଣ୍ଟ ହଟିଲେ ସଂପୃକ୍ତ ଅଂଚଳରେ ନାମଲେଖା ହେବ ବୋଲି କୁହାଯାଇଛି। ସ୍କୁଲ ହଷ୍ଟେଲରେ ରହଣି ପାଇଁ ଏବେ କୌଣସି ପ୍ରବେଶିକା ପରୀକ୍ଷା ହେବନି ବୋଲି ଜଣାପଡ଼ିଛି।