ଦେଶରେ ୧୮ଟି ଅକ୍ସିଜେନ ପ୍ଲାଣ୍ଟ ଖୋଲିବେ ସୋନୁ

ମୁମ୍ବାଇ: କରୋନା ସମୟରେ ଲୋକଙ୍କ ପାଇଁ ଭଗବାନ ସାଜିଥିବା ଅଭିନେତା ସୋନୁ ସୁଦ ଏକ ବଡ଼ ଘୋଷଣା କରିଛନ୍ତି। ସୋନୁ ସମଗ୍ର ଦେଶରେ ପାଖାପାଖି ୧୫ରୁ ୧୮ଟି ଅକ୍ସିଜେନ ପ୍ଲାଣ୍ଟ ଖୋଲିିବାକୁ ଯାଉଛନ୍ତି। ଦେଶରେ ଅକ୍ସିଜେନର ଅଭାବକୁ ପରିଲକ୍ଷିତ କରି ସୋନୁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାର ଶୁଭାରମ୍ଭ କୁରନୁଲ ଓ ନେଲ୍ଲୋର, ଆନ୍ଧ୍ରଦେଶ, ମେଙ୍ଗଲର ଓ କର୍ଣ୍ଣାଟକରେ କରିବାକୁ ଯାଉଛନ୍ତି। ଏଥିସହିତ ତାମିଲନାଡ଼ୁ, ପଞ୍ଜାବ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ କରିବାକୁ ଯାଉଛନ୍ତି।