ନୂଆଦିଲ୍ଲୀ, ଏଜେନ୍ସି: ପୁଣି ମହାନତା ଦେଖାଇଲେ ଅଭିନେତା ସୋନୁ ସୁଦ। କରୋନା ସଙ୍କଟ ସମୟରେ ଲକଡାଉନରେ ଫସି ରହିଥିବା ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିବା ପରେ ଏବେ ୫୦ ଯୁବତୀଙ୍କୁ ଚାକିରି ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସେ ବିଭିନ୍ନ ସମୟରେ ଅସହାୟଙ୍କୁ ସାହାଯ୍ୟ କରି ଲୋକଙ୍କ ପାଇଁ ଭଗବାନ ସାଜିଛନ୍ତି। ପ୍ରବାସୀ ଶ୍ରମିକଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟଫୋନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ବର୍ତ୍ତମାନ ଝାଡଖଣ୍ଡର ଏକ ଗାଁର ୫୦ଜଣ ଯୁବତୀଙ୍କୁ ରୋଜଗାର ଯୋଗାଇବା ପାଇଁ ସୋନୁ ପ୍ରତିଶ୍ରୁତି ଦେଇଛନ୍ତି। ଲକଡାଉନ ପରେ ଏହି ଯୁବତୀମାନଙ୍କ ଚାକିରି ଚାଲିଯାଇଥିଲା। ରୋଜଗାର ହରାଇ ଯୁବତୀମାନେ ବହୁ ହଇରାଣ ହେଉଥିଲେ। ଏଥିପାଇଁ ସେମାନେ ଟ୍ୱିଟ ଜରିଆରେ ସୋନୁ ସୋଦଙ୍କୁ ଚାକିରି ପାଇଁ ନିବେଦନ କରିଥିଲେ।
धनबाद की हमारी यह 50 बहनें एक सप्ताह के भीतर कोई अच्छी नौकरी कर रहीं होंगी…यह मेरा वादा है। @PravasiRojgar https://t.co/wJ7DjaoGts
— sonu sood (@SonuSood) October 6, 2020