କଥା ରଖିଲେ ସୋନୁ

ମୁମ୍ବାଇ,ଏଜେନ୍ସି: ପୁନେର ହଡପସର ଅଞ୍ଚଳରେ ରହୁଥିବା ଶାନ୍ତା ପୱାର ଓରଫ ୱାରିୟର ଦାଦିଙ୍କ ପାଇଁ ମାର୍ଶାଲ ଆର୍ଟ ଏବଂ ସେଲ୍ଫ ଡିଫେନ୍ସ ଏକାଡେମୀ ଖୋଲିବାକୁ ଅଭିନେତା ସୋନୁ ସୁଦ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ରବିବାର ନିଜର ଏକାଡେମୀ ଆରମ୍ଭ କରି ମହିଳା ଓ ପିଲାମାନଙ୍କୁ ଟ୍ରେନିଂ ଦେଇଛନ୍ତି ୱାରିୟର ଦାଦି। ସୂଚନାଯୋଗ୍ୟ, ଜୁଲାଇ ମାସରେ ୮୫ ବର୍ଷୀୟା ଦାଦିଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଦାଦି ନିଜ ପରିବାର ଚଳାଇବା ପାଇଁ ରାସ୍ତା ପାଶ୍ୱର୍ରେ ଲାଠି ଦ୍ୱାରା ନାନା ପ୍ରକାର ଖେଳ କୌଶଳ ଦେଖାଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଦେଖି ଅଭିନେତା ସୋନୁ ସୁଦ ତାଙ୍କ ପାଇଁ ମାର୍ଶାଲ ଆର୍ଟ ଏକାଡେମୀ ଖୋଲିବେ ବୋଲି ଘୋଷଣା କରିଥିଲେ। ରବିବାର ଦାଦି ସୋନୁଙ୍କ ସହଯୋଗରେ ମାର୍ଶାଲ ଆର୍ଟ ଏକାଡେମୀ ଖୋଲିଛନ୍ତି ଓ ଏହାର ନାଁ ରଖିଛନ୍ତି ‘ସୋନୁ ସୁଦ ମାର୍ଶାଲ ଏକାଡେମୀ’। ଏ ସହଯୋଗ ପାଇଁ ସେ ସୋନୁଙ୍କୁ ନମସ୍କାର ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି। ମହିଳା ଓ ପିଲାମାନଙ୍କୁ ଏ କଳା ଶିକ୍ଷାଦେବା ପାଇଁ ତାଙ୍କର ଯେଉଁ ଇଚ୍ଛା ଥିଲା, ତାହା ସୋନୁ ବେଟା ପୂରା କରିଛନ୍ତି ବୋଲି କହିଛନ୍ତି ଦାଦି। ଏ ସମ୍ପର୍କରେ ସୋନୁ କହିଛନ୍ତି, ଦାଦିଙ୍କ ନାମରେ ଏହି ଏକାଡେମୀ ହେଉ ବୋଲି ମୁଁ ଚାହୁଁଥିଲି। ମାତ୍ର ଦାଦି ମୋ ନାଁରେ ସ୍କୁଲ କରିବା ପାଇଁ ଜୋର୍ ଦେବାରୁ ଅଧିକ କିଛି କହିପାରିନଥିଲି।