କଂଗ୍ରେସ ନେତାଙ୍କୁ ପୁଣି ଅନୁଶାସନତାର ପାଠ ପଢ଼ାଇଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପୁଣିଥରେ ତାଙ୍କ ପାର୍ଟିର ସଦସ୍ୟଙ୍କୁ ଅନୁଶାସନତା ଓ ଏକତାର ପାଠ ପଢ଼ାଇଛନ୍ତି। ପାର୍ଟି ପଦାଧିକାରୀଙ୍କ ବୈଠକରେ ସୋନିଆ ଗାନ୍ଧୀ ଚିନ୍ତା ବ୍ୟକ୍ତ କରିଛନ୍ତି। ସୋନିଆ କହିଛନ୍ତି ଯେ, ଦେଶ ସହ ଜଡ଼ିତ ମୁଖ୍ୟ ପ୍ରସଙ୍ଗକୁ ନେଇ କଂଗ୍ରେସ ପ୍ରତିଦିନ ବୟାନ ଜାରି କରୁଥିବାବେଳେ ତାହା ତଳସ୍ତରର କାର୍ଯ୍ୟକର୍ତ୍ତାଙ୍କ ପାଖରେ ପହଞ୍ଚି ପାରୁନାହିଁ। ନୀତିଗତ ପ୍ରସଙ୍ଗରେ ରାଜ୍ୟସ୍ତରର ନେତାଙ୍କ ମଧ୍ୟରେ ମୋତେ ବୈଚାରିକ ସ୍ପଷ୍ଟତା ଦିଶୁନାହିଁ।

ଉକ୍ତ ବୈଠକ ପରେ ସୋନିଆ ପୁଣିଥରେ ପାର୍ଟି ମଧ୍ୟରେ ଅନୁଶାସନତା ଓ ଏକତାକୁ ବଜାୟ ରଖିବାକୁ କହିଛନ୍ତି। ଏଥିସହିତ ସମସ୍ତେ ବ୍ୟକ୍ତିଗତ ସୁବିଧାକୁ ଛାଡ଼ି ସଂଗଠନ ପାଇଁ କାମ କରିବା ଉଚିତ। ଏହା ଉପରେ ହିଁ ଆମ ବ୍ୟକ୍ତିଗତ ଓ ସାମୂହିକ ସଫଳତା ନିର୍ଭର କରିଥାଏ ବୋଲି ସୋନିଆ କହିଛନ୍ତି।