କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ରହିଲେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ ସୋନିଆ ଗାନ୍ଧୀ ଦାୟିତ୍ୱ ସମ୍ଭାଳିବେ। କିନ୍ତୁ ଆଗାମୀ ୬ ମାସ ମଧ୍ୟରେ ନୂଆ ଅଧ୍ୟକ୍ଷ ଚୟନ କରିବାକୁ ପଡ଼ିବ ବୋଲି ବୈଠକରେ ସହମତି ପ୍ରକାଶ ପାଇଛି। ଏନେଇ ୭ଘଣ୍ଟା ଧରି ଚାଲିଥିବା କଂଗ୍ରେସ କାର୍ଯ୍ୟକାରୀ ବୈଠକ (ସିଡବ୍ଲ୍ୟୁସି)ରେ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ସୋନିଆ ଗାନ୍ଧୀ ସିଡବ୍ଲ୍ୟୁସି ବୈଠକରେ ଅନ୍ତରୀଣ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାନେଇ ଇଚ୍ଛା ପ୍ରକାଶ କରିଥିଲେ। ଏହାପରେ କଂଗ୍ରେସ ପାର୍ଟିରେ ଏକପ୍ରକାର ମତଭେଦ ସୃଷ୍ଟି ହୋଇଥିଲା।