ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ, ଅଧ୍ୟକ୍ଷା ପଦ ବଜାୟ ରଖିବେ ସୋନିଆ

ନୂଆଦିଲ୍ଲୀ,ଏଜେନ୍ସି: ୫ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଂଗ୍ରେସ ହାଇକମାଣ୍ଡ ପରିବର୍ତ୍ତନ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଚ୍ଛେଦ। ଆଜି ଦଳର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ବର୍ତ୍ତମାନର ଅନ୍ତରୀଣା ଅଧ୍ୟକ୍ଷା ଭାବେ ଦାୟିତ୍ବ ତୁଲାଉଥିବା ସୋନିଆ ଗାନ୍ଧୀ ହିଁ ଦଳକୁ ଆଗାମୀ ନେତୃତ୍ବ ଦେବା ନେଇ ସ୍ପଷ୍ଟ ହୋଇଛି। ଗତକାଲି ଠାରୁ ଏକାଧିକ ଜାତୀୟ ଗଣମାଧ୍ୟମରେ ସୋନିଆଙ୍କ ଇସ୍ତଫା ସହ କଂଗ୍ରେସକୁ ନୂଆ ମୂଖ୍ୟ ମିଳିବା ନେଇ ଲଗାତାର ଚର୍ଚ୍ଚା ହୋଇ ଆସୁଥିଲା, ଯାହାର ଆଜି ଅବସାନ ଘଟିଛି।