ସୋନପୁର ବେଳାଭୂମିରୁ ବୃହତ ବ୍ଲ୍ୟୁ ୱିଲ୍ ଉଦ୍ଧାର

 ଚିକିଟି,ଏନ୍ଏନ୍ଏସ୍: ଚିକିଟି ବ୍ଲକ ସୁନାପୁର ବେଳାଭୂମି ଅଞ୍ଚଳ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିବାବେଳେ ସମୟ ସମୟରେ ଭିନ୍ନଭିନ୍ନ ପ୍ରଜାତିର ମାଛ କୂଳରେ ଲାଗିଥାନ୍ତି। ଗୁରୁବାର ଏକ ଆହତ ବ୍ଲ୍ୟୁ ୱିଲ୍ କୂଳରେ ଲାଗିଥିଲା। ଏହି ସାର୍କ ମାଛ ୧୫ ଫୁଟ ଲମ୍ବ ଓ ଓଜନ ୧୫ ଶହ କେଜି ହେବ ବୋଲି ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି। ଟ୍ରଲର ମାଡ଼ରେ ଏହା ଆହତ ହୋଇ ସୁନାପୁର ବେଳାଭୂମିରେ ପହଞ୍ଚି ଥିବା ଅନୁମାନ କରାଯାଉଛି। ଏହା ଦେଖିବାକୁ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକ ଭିଡ଼ ଜମାଇଥିଲେ। ଖବରପାଇ ବନ ବିଭାଗ କର୍ମଚାରୀ ପହଞ୍ଚିଥିଲେ। କଇଁଛ ସୁରକ୍ଷା ଦାୟିତ୍ୱରେ ଥିବା ୫ ଜଣ କର୍ମଚାରୀ ଓ ସ୍ଥାନୀୟଲୋକ ମିଶି ସମୁଦ୍ର ଆଡକୁ ଠେଲି ଦେଇଛନ୍ତି। ଏଥିରେ ସ୍ଥାନୀୟ ଅଧିବାସୀ କିଛି ଆହତ ମଧ୍ୟ ହୋଇଛନ୍ତି।