ନୂଆଦିଲ୍ଲୀ,ଏଜେନ୍ସି: ସାରା ଭାରତରେ କୋରୋନା ଲଢେଇ ଜାରି ରହିଥିବା ବେଳେ ଭାରତର ସୀମାରେ ଆତଙ୍କବାଦୀଙ୍କ ସହ ସେନାର ଲଢେଇ ଚାଲିଛି। ରାଷ୍ଟ୍ରୀୟ ଜରୁରୀ ସମୟରେ ଆତଙ୍କବାଦୀମାନେ ଦେଶ ଉପରେ ଆକ୍ରମଣର ଯୋଜନା ଚଳାଇଥିବା ବେଳେ ଆତଙ୍କୀଙ୍କ ଏହି ଯୋଜନକୁ ପଣ୍ଡ କରୁଛି ଭାରତୀୟ ସେନା। ଏହି କ୍ରମରେ ଗତକାଲି ଜାମ୍ମୁ କାଶ୍ମୀରର ବାରାମୂଳା ଜିଲ୍ଲାର ସୋପୋରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି।
ଏହି ଏନକାଉଣ୍ଟରରେ ଭାରତୀୟ ସେନାକୁ ବଡ଼ ଧରଣର ସଫଳତା ମିଳିଛି। ସେନାର ଗୁଳିରେ ଜଣେ ଜୈଶ-ଏ-ମହମ୍ମଦର କମାଣ୍ଡର ନିହତ ହୋଇଛି। ମୃତକ ଆତଙ୍କବାଦୀ ଜଣକ ହେଉଛି ସଜାଦ ନବାବ ଡାର। ତେବେ ଏହି ଅପରେସନରେ ରାଇଫଲ ସହ ଅନେକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଗତକାଲି ବିଳମ୍ବିତ ରାତ୍ରୀରେ ଉତ୍ତର କାଶ୍ମୀରର ଡିଅାଇଜି ସୁଲେମାନ ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି।