କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗରେ ପୁଣିଥରେ ଆଗରେ ସୋଆ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସମ୍ମାନଜନକ କ୍ୟୁଏସ ଏସିଆ ୟୁନିଭର୍ସିଟିି ୨୦୨୧ ରାଙ୍କିଙ୍ଗରେ ନିଜ ସ୍ଥିତିକୁ ସୁଦୃଢ଼ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି)। ବୁଧବାର ଏହି ରାଙ୍କିଙ୍ଗ ପ୍ରକାଶ ପାଇଥିବାବେଳେ ସୋଆ ଏଥିରେ ଉଚ୍ଚତର ମାନ୍ୟତା ପାଇଛି। ଗତବର୍ଷ ଏହି ରାଙ୍କିଙ୍ଗରେ ସୋଆ ୪୦୧-୪୫୦ କ୍ୟାଟେଗୋରୀରେ ସ୍ଥାନ ପାଇଥିବାବେଳେ ଚଳିତବର୍ଷ ୩୫୧ -୪୦୦ ବ୍ରାକେଟରେ ସ୍ଥାନପାଇଛି। ୟୁନାଇଟେଡ୍ କିଙ୍ଗଡମର କ୍ୱାକ୍ କ୍ୟୁଆରେଲି ସାଇମଣ୍ଡସ୍ (କ୍ୟୁଏସ) ଏସିଆନ୍ ୟୁନିଭର୍ସିଟି ରାଙ୍କିଙ୍ଗ ପ୍ରତିବର୍ଷ ପ୍ରକାଶିତ ହୋଇଥାଏ ।

ଏସିଆର ୬୫୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟକୁ ନେଇ ଏହି ରାଙ୍କିଙ୍ଗ କରାଯାଇଥିଲା। ଶୈକ୍ଷିକ ପ୍ରତିଷ୍ଠା, ନିଯୁକ୍ତିଦାତାଙ୍କ ପ୍ରତିଷ୍ଠା, ଫ୍ୟାକଲ୍ଟି ଛାତ୍ରଛାତ୍ରୀଙ୍କ ଅନୁପାତ, ଆନ୍ତର୍ଜାତିକ ଗବେଷଣା ନେଟୱର୍କ, ପିଏଚଡି ଲାଭ କରିଥିବା ଫ୍ୟାକଲ୍ଟି, ଫ୍ୟାକଲ୍ଟିଙ୍କ ଦ୍ୱାରା ସନ୍ଦର୍ଭ, ଆନ୍ତର୍ଜାତିକ ଫ୍ୟାକଲ୍ଟି, ଓ ଆନ୍ତର୍ଜାତିକ ଛାତ୍ରଛାତ୍ରୀ ଇତ୍ୟାଦି ମାପଦଣ୍ଡକୁ ନେଇ ଏହି ରାଙ୍କିଙ୍ଗ କରାଯାଇଥାଏ। ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ ଫ୍ରେମ ୱାର୍କ (ଏନଆଇଆର ଏଫ)ରେ ବିଶ୍ୱବିଦ୍ୟାଳୟ ତାଲିକାରେ ଚଳିତବର୍ଷ ସୋଆ ଦେଶରେ ୨୦ ତମ ସ୍ଥାନ ହାସଲ କରିଥିବା ବେଳେ ଏହାର ଫ୍ୟାକଲ୍ଟି ଅଫ୍ ମେଡିସିନ, ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨୩ ତମ ସ୍ଥାନ ଓ ଏହାର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ୩୪ ତମ ସ୍ଥାନ ହାସଲ କରିଛି। ସେହିପରି ପ୍ରଥମଥର ପାଇଁ ଏହି ରାଙ୍କିଙ୍ଗରେ ସାମିଲ ହୋଇଥିବା ସୋଆର ଫ୍ୟାକଲ୍ଟି ଅଫ୍ ଡେଣ୍ଟାଲ ସାଇନସେସ, ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନସେସ୍ ଦେଶରେ ୧୨ତମ ସ୍ଥାନ ହାସଲ କରିଛି।