ଟ୍ରାଏଲ କୋର୍ଟର ନିଷ୍ପତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ସଂଜୀବ ଚାୱାଲା

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: କ୍ରିକେଟ୍ ମ୍ୟାଚ ଫିକ୍ସିଂ ମାମଲାରେ ଅଭିଯୁକ୍ତ ସଂଜୀବ ଚାୱାଲା ଟ୍ରାଏଲ କୋର୍ଟର ନିଷ୍ପତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଟ୍ରାଏଲ କୋର୍ଟ ସଂଜୀବଙ୍କୁ ପୋଲିସ ହେପାଜତକୁ ପଠାଇବାକୁ ସମ୍ପର୍କିତ ନିଷ୍ପତିକୁ ସେ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ।

ଉଲ୍ଲେଖନୀୟ ଯେ, ଦିଲ୍ଳୀର ପାଟିଆଲା ହାଉସ କୋର୍ଟ ସଂଜୀବ ଚାୱାଲାଙ୍କୁ ୧୨ ଦିନ ପାଇଁ ପୋଲିସ ହେପାଜତକୁ ପଠାଇବାକୁ ଆଦେଶ ଦେଇଥିଲେ । ଗତ ଫେବୃଆରୀ ୧୩ତାରିଖରେ ଲଣ୍ଡନରୁ ତାଙ୍କୁ ପ୍ରତ୍ୟାର୍ପଣ କରି ଭାରତ ଅଣାଯିବା ପରେ ଦିଲ୍ଲୀ ପୋଲିସ ତାଙ୍କୁ ଏଡ଼ିସନାଲ ଚିଫ୍ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ସୁଧିର ସିରୋହୀଙ୍କୁ କୋର୍ଟରେ ହାଜର କରିଥିଲେ । ପୋଲିସ ସଂଜୀବ ଚାୱାଲାଙ୍କୁ ୧୪ ଦିନ ପାଇଁ ପୋଲିସ ହେପାଜତରେ ନେବାକୁ ଅନୁରୋଧ କରିଥିଲେ । କୋର୍ଟ ଏହାକୁ ମାନି ନେଇଥିଲେ।