ଥାନା ଭିତରେ ନାଗସାପ

ବାରିପଦା, ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଭିତରୁ ଉଦ୍ଧାର ହେଲା ନାଗସାପ। ଆଜି ଜଣେ ପୁଲିସ କର୍ମଚାରୀ ଥାନା ପରିସରରେ ଥିବା ବିଶ୍ରାମ ଘରକୁ ଯାଇଥିବା ସମୟରେ ଏକ ନାଗ ସାପ ଲୁଚି ଥିବା ଦେଖିବାକୁ ପାଇଥିଲେ। ଏହାପରେ ସ୍ନେକ ହେଲ୍ପ ଲାଇନକୁ ଫୋନ କରିବା ପରେ କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ପହଁଞ୍ଚି ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଦେଇଥିବା ଜଣାପଡ଼ିଛି।