ପୁଣି ଗାଁ’ରେ ସାପ ଆତଙ୍କ

କେ.ନୂଆଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା କେ.ନୂଆଗାଁ ବ୍ଲକ୍‌ ଗୁଞ୍ଜିବାଡ଼ି ପଞ୍ଚାୟତ ୯ନଂ ୱାର୍ଡଗୁଟୁମାହା ଗାଁ’ରେ ଏକ ବିଶଧର ସାପ କାମୁଡ଼ାରେ ୬ବର୍ଷର ଶିଶୁ ଆଲେସ୍କ ଦିଗଲ ଗୁରୁତର ଆହତ ହୋଇଥିଲେ। ସୂଚନା ଅନୁଯାୟୀ ଶନିବାର ସକାଳ ୮ଟାରେ ଆଲେସ୍କ କିଛି ସାଙ୍ଗ ମାନଙ୍କ ସହ ବାଡ଼ିକୁ କଲରା ତୋଳିବାକୁ ଯାଇଥିବାବେଳେ ସାପଟି ତା’ ମୁହଁକୁ କାମୁଡ଼ି ଦେଇଥିଲା। ଏହା ପରେ ପିତା କୁନାଲ ଦିଗାଲ ଆମ୍ବୁଲାନ୍ସ ଯୋଗେ ଶିଶୁଟିକୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତେବେ ସେଠାରେ ଶିଶୁର ପ୍ରାଥମିକ ଚିକିତ୍ସା କରିବାପରେ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ପିତା କୁନାଲ ଦିଗାଲ ପ୍ରକାଶ କରିଛନ୍ତି।

ସେହିପରି ଗତ ୪ଦିନ ପୂର୍ବେ କଞ୍ଜମେଡ଼ି ପଞ୍ଚାୟତ ଡପାର ଗ୍ରାମରେ ସାପ କାମୁଡ଼ାରେ ମା’ ରାଜଲକ୍ଷ୍ମୀ ମଲିକ ଓ ପୁଅ ଆଦିତ୍ୟ ପ୍ରଧାନର ମୃତ୍ୟୁ ହୋଇଥିଲା। ତେବେ ଅଞ୍ଚଳରେ ଦିନକୁ ଦିନ ସାପଙ୍କ ପ୍ରାଦୁର୍ଭାବ ବଢ଼ୁଥିବାରୁ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି।