ପୁଣି ସାପ କାମୁଡ଼ା ରୋଗୀଙ୍କୁ ଗୁଣିଆଙ୍କ ଝଡ଼ାଫୁଙ୍କା

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱରର ଖଇରା ବ୍ଲକ୍ ନହଙ୍ଗା ଗାଁରେ ଜଣେ ସାପକାମୁଡ଼ା ରୋଗୀଙ୍କୁ ଝଡ଼ାଫୁଙ୍କା କରାଯାଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଗାଁର ଡମ୍ବରୁଧର ସେଠୀଙ୍କ ପତ୍ନୀ ସାନ୍ତିଲତା ସେଠୀଙ୍କୁ ଶନିବାର ରାତ୍ରିରେ ଏକ ବିଷଧର ସାପ କାମୁଡ଼ିଥିଲା।

ତାଙ୍କୁ ଚିକିତ୍ସାପାଇଁ ମେଡ଼ିକାଲ ନ ନେଇ ଗୁଣିଆଙ୍କ ଦ୍ୱାରା ଝଡ଼ାଫୁଙ୍କା କରୁଥିବା ଦେଖିବାକୁ ମିଳିଛି। ପଡ଼ୋଶୀ ଗଡ଼ଶଙ୍ଗ ଗାଁରୁ ଏକ ଗୁଣିଆକୁ ପରିବାର ଲୋକେ ଡାକି ଝଡ଼ାଫୁଙ୍କା କରାଇଥିଲେ। ଅନ୍ୟପଟେ ସାନ୍ତିଲତା ଉକ୍ତ ବିଷଧର ସାପଟିକୁ ମାରିଦେଇଥିବା ଜଣାପଡ଼ିଛି।