ସର୍ପାଘାତରେ ୧ ମୃତ୍ୟୁ

ଦେବଗଡ,ଏନ୍ଏନ୍ଏନ୍ଏସ୍ : ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଆମ୍ବକଟା ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରୀରେ ସର୍ପାଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆମ୍ବକଟା ଗ୍ରାମର ସିଦେ୍ଧଶ୍ୱର ଜମିଦାର ଅନ୍ୟ ଦିନ ମାନଙ୍କ ଭଳି ଗତକାଲି ରାତ୍ରୀରେ ଖିଆପିଆ ସାରି ପରିବାର ଲୋକଙ୍କ ସହ ନିଜଘରେ ଶୋଇ ପଡିଥିଲେ। ତେବେ ବିଳମ୍ବିତ ରାତ୍ରୀରେ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲେ ହେଁ ସେ ଏକଥା ଜାଣିନପାରି ଶୋଇ ପଡିଥଲେ। ଆଜି ସକାଳେ ସେ ନିଦରୁ ନ ଉଠିବାରୁ ପରିବାର ଲୋକେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଉଠି ନ ଥିଲେ। ତାଙ୍କ ମୃତ୍ୟୁ ଘଟିଥିବା ଜାଣିବା ପରେ ମୃତ ସୁଦ୍ଦେଶ୍ୱରଙ୍କ ସ୍ତ୍ରୀ ନିରୁ ଜମିଦାର ସ୍ୱାମୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ବାରକୋଟ ଥାନାରେ ସୂଚନା ଦେଇଥିଲେ। ସୂଚନା ପାଇ ବାରକୋଟ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ଋଜୁ କରିବା ସହ ମୃତଦେହ ଜବତ କରି ବ୍ୟବେଚ୍ଛେଦ ପାଇଁ ପାଳଲହଡା ଡାକ୍ତରଖାନାକୁ ପଠାଇଥିବା ବେଳେ ସର୍ପାଘାତରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ପୁଲିସ ଅନୁମାନ କରୁଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବାରକୋଟ ଥାନା ଭାରପ୍ରାପ୍ତ ଥାନାଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ସୂଚନା ଦେଇଛନ୍ତିି।