ସାପ କାମୁଡ଼ା ପରେ ମେଡ଼ିକାଲ ନ ଯାଇ ମନ୍ଦିରରେ ଅଧିଆ ପଡ଼ିଲେ

କୋରେଇ,ଏନ୍ଏନ୍ଏସ୍: ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକରେ। ସାପ କାମୁଡ଼ା ପରେ ମେଡ଼ିକାଲ ନ ଯାଇ ମନ୍ଦିରରେ ଅଧିଆ ପଡ଼ିଛନ୍ତି ଜଣେ ବ୍ୟକ୍ତି। ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଅସମଝର ଗାଁ’ର ରମାକାନ୍ତ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ିବା ପରେ ସେ ଚିକିତ୍ସା ପାଇଁ ମେଡ଼ିକାଲ ନ ଯାଇ ଗାଁ’ ମନ୍ଦିରରେ ଅଧିଆ ପଡ଼ିଛନ୍ତି।

ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେଉଥିବାର ଦେଖି ଚିକିତ୍ସା ପାଇଁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଡାକିଥିଲେ। କିନ୍ତୁ ସେ ହସ୍ପିଟାଲ ନଯାଇ ଆମ୍ବୁଲାନ୍ସକୁ ଫେରାଇ ଦେଇଥିଲେ। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।