ଶୋଇଥିବା ବେଳେ ଦଂଶିଲା ସାପ

ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ବିଷଧର ସର୍ପ ଦଂଶନରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ବ୍ରାହ୍ମଣୀଗାଁ ସ୍ଥିତ ବିଜନଗର ସାହିର ଥମାସ୍ ନାୟକଙ୍କ ସ୍ତ୍ରୀ ଅଳୀ ନାୟକ (୩୭) ଶୋଇଥିବା ବେଳେ ରାତିରେ ଏକ ବିଷଧର ସପ କାମୁଡ଼ି ଦେଇଥିଲା। ସେ ପାଟିକାରିବାରୁ ପରିବାର ଲୋକେ ଉଠି ତୁରନ୍ତ ସାପକୁ କାବୁ କରବା ସହିତ ଅଳୀଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସାପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ରେଫର କରିଛନ୍ତି।