ବସରେ ଗେଣ୍ଡା ଚାଲାଣ ହେଉଥିବା ବେଳେ ଧରିଲା ପୁଲିସ, ୫ ଅଟକ

ବାଲେଶ୍ଵର,ଏନ୍ଏନ୍ଏସ୍: ଭଦ୍ରକ ଜିଲା ଧାମରାରୁ ୧୬ନଂ ଜାତୀୟ ରାଜପଥ ଦେଇ ବସ୍‌ ଯୋଗେ କୋଲକତାକୁ ଶହଶହ ବସ୍ତା ଗେଣ୍ଡା ଚାଲାଣ ହେଉଥିବାବେଳେ ଖନ୍ତାପଡ଼ା ପୁଲିସ ସେଗୁଡ଼ିକୁ ଜବତ କରିଛି। ଏଥି ସହ ଉକ୍ତ ଘଟଣାରେ ପୁଲିସ ୨ଟି ବସ୍‌କୁ ଜବତ କରିବା ସହ ୫ଜଣଙ୍କୁ ଅଟକ ରଖିଛି ପଚରାଉଚୁରା ଚଳାଇଛି।

ତେବେ ଔଷଧ ପ୍ରସ୍ତୁତିରେ ବ୍ୟବହାର ଲାଗି ଏହି ଗେଣ୍ଡା ଚାଲାଣ କରାଯାଉଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ବିଳମ୍ବିତ ରାତିରେ ବସ୍ରେ ଗେଣ୍ଡା ଚାଲାଣ ହେଉଥିବା ପୁଲିସକୁ ଖବର ମିଳିବା ପରେ ପୁଲିସ ଶେରଗଡ଼ ଟୋଲଗେଟ ନିକଟରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା।

ଏହି ସମୟରେ ୨ଟି ଯାତ୍ରୀବାହୀ ବସରେ ଯାତ୍ରୀ ନ ଥିବାବେଳେ ଭିତରେ ଏବଂ ଛାତ ଉପରେ ଏକାଧିକ ବସ୍ତା ରଖାଯାଇଥିବା ଦେଖାଯାଇଥିଲା। ବସ୍ତାଗୁଡ଼ିକୁ ଖୋଲିବାରୁ ସେଥିରେ ଗେଣ୍ଡା ରହିଥିବା ଦେଖିବାକୁ ମିଳିଥିଲା। ପୁଲିସ ୫ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।