ବିଜେପିରେ ସାମିଲ ହେଲେ କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି

ଭୁବନେଶ୍ୱର, ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ଶ୍ରୀ ନେରନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟ ସଭାପତି ସମୀର ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଧମର୍ଶାଳା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରର୍ଥୀ ତଥା ପୂବର୍ତନ ମୁଖପାତ୍ର ସ୍ମୃତିରେଖା ପହି ଏବଂ ତାଙ୍କର ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି।

ଏହି ଅବସରେର କଂଗ୍ରେସର ବରିଷ୍ଠ ନେତା ପାର୍ଥ ସାରଥୀ ପହି, ହୃଷି ପାଣି, ରବୀନ୍ଦ୍ର ମଲ୍ଲିକ, ପୂବର୍ତନ ସରପଞ୍ଚ ଓ ବ୍ଲକ୍ ସଭାପତି ବନମାଳୀ ରାଉତ, ବିଭୁତିଭୂଷଣ ଜେନା, ପୂର୍ଣ୍ଣ ତରାଇ, ଅରୁଣ ଲେଙ୍କା, ହରି ମଲ୍ଲିକ, କଂଗ୍ରେସ ସଂଖ୍ୟା ଲଘୁ ନେତା ଶେଖ ମୁକ୍ତାର, ଶେଖ ଅଲ୍ଲୀମୁଦ୍ଦିନ, ଅଚ୍ୟୁତାନନ୍ଦ ଜେନାଙ୍କ ସେମେତ ଶତାଧିକ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଅନୁଗୁଳ ଜିଲ୍ଲାର ଛଣ୍ଡିପଦା ନିର୍ବାଚନମଣ୍ଡଳୀର ଜରପଡା ଜୋନ୍ କଂଗ୍ରେସ ସଭାପତି ଚିତ୍ରେସନ ସାହୁ, ବିଜେଡି ନେତା ହୃଷିକେଶ ସାହୁ, ନିରଞ୍ଜନ ସାହୁ, କ୍ଷୀରୋଦ ପ୍ରଧାନ, ନିରାକାର ପ୍ରଧାନ, ଭୀଷ୍ମ ସାହୁ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜଭୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।