ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଦାନା ୨୦୨୧ ବର୍ଷର ସର୍ବଶ୍ରେଷ୍ଠ ମହିଳା କ୍ରିକେଟର ଭାବେ ବିବେଚିତ ହୋଇଛନ୍ତି । ଗତ ବର୍ଷ ଆନ୍ତର୍ଜାତୀୟ କ୍ରିକେଟରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କୁ ଏଥର ‘ରଚେଲ ହେହୋ ଫ୍ଲିଣ୍ଟ’ ଟ୍ରଫି ପାଇଁ ଚୟନ କରାଯାଇଛି । ବର୍ଷକର ସର୍ବେଶ୍ରେଷ୍ଠ ଖେଳାଳିକୁ ଏହି ପୁରସ୍କାର ଦିଆଯାଇଥାଏ ।
ସୂଚନାଯୋଗ୍ୟ, ସ୍ମୃତି ମନ୍ଦାନା ଗତବର୍ଷ ଅନେକ ସ୍ମରଣୀୟ ପାଳି ଖେଳିଛନ୍ତି । ସୀମିତ ଓଭର କ୍ରିକେଟରେ ଦକ୍ଷିଣ ଆଫ୍ରିକା ବିରୋଧରେ ଘରୋଇ ସିରିଜରେ ସଂଘର୍ଷ କରୁଥିବା ଟିମ୍ ଇଣ୍ଡିଆ ପାଇଁ ଏକମାତ୍ର ଖେଳାଳି ଭାବେ ମନ୍ଦାନା ଅନେକ ରନ୍ ସଂଗ୍ରହ କରିଥିଲେ । ଦକ୍ଷିଣ ଆଫ୍ରିକା ବିରୋଧରେ ହୋଇଥିବା ୮ଟି ମ୍ୟାଚରୁ ଭାରତ ମାତ୍ର ୨ଟି ମ୍ୟାଚରେ ଜିତିଥିଲା । ଏହି ୨ଟି ମ୍ୟାଚରେ ମନ୍ଦାନାଙ୍କର ଖାସ୍ ଭୂମିକା ଥିଲା ।