ସ୍ମିଥଙ୍କୁ ୧୨ଲକ୍ଷ ଜୋରିମାନା

ଦୁବାଇ, ଏଜେନ୍ସି: ଆଇପିଏଲର ୨୦ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ରାଜସ୍ଥାନ ରୟାଲ୍ସ୫୭ରେ ପରାସ୍ତ ହୋଇଛି। ଏହି ପରାଜୟ ପରେ ରାଜସ୍ଥାନ ଟିମର କ୍ୟାପଟେନ୍ ଷ୍ଟିଭ୍ ସ୍ମିଥଙ୍କୁ ବଡ଼ ଝଟକା ଲାଗିଛି। ଏହି ମ୍ୟାଚରେ ସ୍ଲୋ ଓଭର୍ ରେଟ୍ କାରଣରୁ ସ୍ମିଥଙ୍କ ଉପରେ ୧୨ଲକ୍ଷର ଜୋରିମାନା ଲଗାଯାଇଛି।  ମଙ୍ଗଳବାର ମୁମ୍ବାଇ ବିପକ୍ଷ ମ୍ୟାଚରେ ଫିଲ୍ଡ ସେଟିଂରେ ସମୟ ନଷ୍ଟ କରିବା କାରଣରୁ ଓଭର୍ ପୂରା କରିବାରେ ବିଳମ୍ବ ହୋଇଥିଲା। ଏଥିପାଇଁ ତାଙ୍କ ମ୍ୟାଚ୍ ଫି’ରୁ ୧୨ ଲକ୍ଷ ଟଙ୍କା କାଟି ଦିଆଯାଇଛି।

ସୂଚନାଯୋଗ୍ୟ, ଏହି ମ୍ୟାଚରେ ରୟାଲ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା।ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୩ ରନ୍ କରିଥିଲା। ଜବାବରେ ରାଜସ୍ଥାନ ୧୮.୧ ଓଭରରେ ୧୩୬ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।