ଜୀବନ ଭୟରେ ଗାଁ’ ଛାଡ଼ିଲେ ପିଇଓ ସ୍ମିତାରାଣୀଙ୍କ ପରିବାର

ଯାଜପୁର,ଏନ୍ଏନ୍ଏସ୍ସ୍ମିତାରାଣୀଙ୍କ ପରିବାର ଲୋକେ ଜୀବନରେ ବିପଦ ଥିବା ଦର୍ଶାଇ ରବିବାର ଗାଁ ଛାଡ଼ିଥିବା ଜଣାଯାଇଛି। ତେବେ ତାଙ୍କ ଜୀବନ ପ୍ରତି ବିପଦ ଥିବା ମୃତ ସ୍ମିତାରାଣୀଙ୍କ  ବାପା ସଦାନନ୍ଦ ବିଶ୍ୱାଳ ସୂଚନା ଦେଇଥିଲେ। ଏ ନେଇ ସେମାନେ ଗାଁ ମଧ୍ୟ ଛାଡ଼ିବାକୁ ସୂଚନା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ରବିବାର ବାପା ସଦାନନ୍ଦ ବିଶ୍ୱାଳ, ମାଆ ଓ ତାଙ୍କ ଅନ୍ୟ ଝିଅ ଗାଁ ଛାଡ଼ିଛନ୍ତି। ସେହିପରି ତାଙ୍କ ଗାଁ ଘରେ ମଧ୍ୟ ତାଲା ପଡ଼ିଥିବାବେଳେ ତାଙ୍କ ସୁରକ୍ଷା ପାଇଁ ମୁତୟନ କରାଯାଇଥିବା ପୁଲିସ କର୍ମଚାରୀ ଏବେ ବି ସେଠାରେ ଜଗିରହିଛନ୍ତି

ସୂଚନା ଅନୁସାରେ ସେ ତାଳଚେର ସ୍ଥିତ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ପରେ ପୁଅ ପାଖକୁ ଯିବେ ବୋଲି ଜଣାପଡ଼ିଛି। ତେବେ ପିଇଓଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଥିବା ବେଳେ ତାଙ୍କ କେସ୍‌ରେ କୌଣସି ସୁଧାର ଆସିନାହିଁ।

ଅନ୍ୟପଟେ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବିଜେପି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବା ସହ ସାରା ରାଜ୍ୟରେ ବିକ୍ଷୋଭ କରିବ ବୋଲି ଜଣାଯାଇଛି। ଏହି ପରିପ୍ରେକ୍ଷୀରେ ୫ତାରିଖ ଦିନ ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ଆଗରେ ମହିଳା ମୋର୍ଚ୍ଚା ବିକ୍ଷୋଭକରିବବୋଲି ରବିବାର ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି।

ଏଥିସହ ସେ କହିଛନ୍ତି ଯେ ଗତ ୨ସପ୍ତାହରୁ ଅଧିକ ସମୟ ପରେ ମଧ୍ୟ ସ୍ମିତାରାଣୀଙ୍କ ମୃତ୍ୟୁର ଅସଲି ତଥ୍ୟ ଆସିପାରି ନାହିଁ। ଏବେ ବି ପୁଲିସ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଛି। ଯାଜପୁର ଏସପି ଚରଣସିଂ ମୀନା ସ୍ମିତାରଣୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୋର୍ଚ୍ଚା ପକ୍ଷରୁ ଦାବି ହୋଇଛି।