ସାରା ଦିନ ଚାଲା ବୁଲା କରିବା ଦ୍ୱାରା ଆମେ କ୍ଳାନ୍ତ ହୋଇ ଶୋଇପଡୁ। କିନ୍ତୁ କେଉଁ କଡ଼ ମାଡି ଶୋଇବା ଉଚିତ୍ ସେଥିପ୍ରତି ଧ୍ୟାନ ଦେଉନାହୁଁ। ବେଳେବେଳେ ଏହା ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଅନେକ ଲୋକ ସିଧା ଶୋଇଥାନ୍ତି ଅର୍ଥାତ୍ ଉପରକୁ ମୁହଁ କରି ଏବଂ କିଛି ଡାହାଣ କିମ୍ବା ବାମ କଡ଼ ମାଡି ଶୋଇଥାନ୍ତି । ଭୁଲ ଅବସ୍ଥାରେ ଶୋଇବା ଦ୍ୱାରା ଅନେକ ଥର ଆମ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ ।
– ଶାରୀରିକ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବାମ କଡ଼ ମାଡି ଶୋଇବା ଭଲ ବୋଲି ବିବେଚନା କରାଯାଏ । ଏହା ହୃଦୟ ଉପରେ ଅଧିକ ଚାପ ପକାଏ ନାହିଁ ଏବଂ ଉତ୍ତମ କାମ କରିବାକୁ ସକ୍ଷମ ହୋଇଥାଏ ।
– ପ୍ରାୟତଃ ଲୋକମାନେ ରାତିରେ ଭୋଜନ ପରେ ତୁରନ୍ତ ଶୋଇବାକୁ ଯାଆନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ବାମ କଡ଼ ମାଡି ଶୋଇଥାନ୍ତି, ତେବେ ଆପଣଙ୍କର ଖାଦ୍ୟ ଧୀରେ ଧୀରେ ହଜମ ହୁଏ । କାରଣ ହଜମ ପ୍ରକ୍ରିୟା ଶରୀରର ବାମ ପାର୍ଶ୍ୱରେ ହୋଇଥାଏ ଏବଂ ହୃଦୟ ମଧ୍ୟ ବାମ ପାର୍ଶ୍ୱରେ ରହିଥାଏ । ଆହୁରି ମଧ୍ୟ, ଆପଣଙ୍କ ଶରୀରର ତାପମାତ୍ରା ମଧ୍ୟ ଠିକ୍ ରୁହେ। କେହି ଯଦି ଡାହାଣ କଡ଼ ମାଡି ଶୋଇଥାଏ, ତାହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ ।