ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଉପକାରାଗାର ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ୱରୋଜଗାର ପ୍ରଶିକ୍ଷଣ ସଂସ୍ଥାନ ଓ ଓରମାସ ନବରଙ୍ଗପୁର ମିଳିତ ଉଦ୍ୟମରେ ନବରଙ୍ଗପୁର ଉପକାରଗାରରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ଏକ ମାସିକିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଉପକାରାଗାର ପରିସରରେ ହୋଇଯାଇଛି । ଏହି କାର୍ୟ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ସଂଜୀବ ଦୁବେଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ହୋଇଥିଲା । ଏଥିରେ ଅନ୍ତେବାସୀଙ୍କୁ ବିଭିନ୍ନ ସେବାମୂଳକ, ସାଧାରଣ ଉଦ୍ୟୋଗି, ଉତ୍ପାଦନ ଓ କୃଷିଭିତ୍ତିକ ତାଲିମ ଆଜିଠାରୁ ମାସକ ଯାଏଁ ପ୍ରଦାନ କରାଯିବ । ଏହି କାର୍ୟ୍ୟକ୍ରମରେ ଅତିଥିଭାବେ ଜିଲ୍ଲା ନିଯୁକ୍ତି ଅଧିକାରୀ ଆନନ୍ଦ ପଲେଇ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ୱରୋଜଗାର ପ୍ରଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ସୁନାରାମ ମୁର୍ମୁ ତାଲିମ ପ୍ରଦାନ କରିଥିଲେ । ଅନ୍ୟ ଅତିଥିରୂପେ ନବରଙ୍ଗପୁର ଉପକାରାଗାର ଅଧିକ୍ଷକ ଦେବେନ୍ଦ୍ର କୁମାର ଥାତି, ରିନା ନିଷାଦ ଓ ତପସ୍ୱିନୀ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜନକ ରାଉତ ଏହି ତାଲିମ ଶିବିରର ପରିଚାଳନା କରିଥିଲେ । ଏହି କାର୍ୟ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆୟୋଜିତ ହୋଇଛି ।