ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ ନବୀନ ଛକ ନିକଟସ୍ଥ ବିବିନା ଛକ ମୁଗ ଚାଷ କ୍ଷେତରେ ଅର୍ଦ୍ଧ ଦଗ୍ଧ ମୃତ ଦେହକୁ ୨୦୨୧ ମସିହା ଫେବୃଆରୀ ୨୩ ତାରିଖରେ ପୁଲିସ ଠାବ କରିଥିଲା। ତାଙ୍କୁ ହତ୍ୟା କରି ଦୁର୍ବୃତ୍ତ ପାଳ ଗଦା ଭିତରେ ରଖି ନିଆଁ ଲଗାଇଥିବା ଅନୁମାନ କରାଯାଇଥିଲା। ମୃତକ ଜଣେ ମହିଳା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ସେହି ସମୟରେ ମୃତ ମହିଳାଙ୍କ ପରିଚୟ ମିଳିପାରି ନଥିଲା। ତେବେ କାହିଁକି ମହିଳାଙ୍କୁ ହତ୍ୟା କରାଗଲା, ତାହା ମଧ୍ୟ ଜଣାପଡିନ ଥିବା ବେଳେ ଘଟଣାସ୍ଥଳରେ ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିଲେ।
ତଦନ୍ତକାରୀ ଟିମ୍ ବିଲରୁ ଖପୁରୀ, ହାଡ଼, ୧୪ଟି ଚୁଡ଼ି ଏବଂ ପାଉଁଜି ଜବତ କରି ତଦନ୍ତ ଜାରି ରଖିଥିଲା।କେସ୍ ନମ୍ବର ୬୦/୨୦୨୧ରେ ପୁଲିସ ମାମଲା ରୁଜୁ କରି ଥିବା ବେଳେ ତାର ବୟସ ପ୍ରାୟ ୧୮-୨୫ ବର୍ଷ ହେବ ବୋଲି କୁହାଯାଉଛି। ପୁଲିସ ଏକ ସ୍କୋଚ ମାଧ୍ୟମରେ ମହିଳାଟିର ଚିତ୍ର କରି ଚିହ୍ନଟ କରିବା ପାଇଁ ୧୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି।