ଦେବଗଡ଼,ଏନ୍ଏନ୍ଏସ୍: କରୋନାକୁ ଭୟ ନାହିିଁ। ପ୍ରଶାସନର ଲକଡାଉନ ନିୟମକୁ ଅମାନ୍ୟ କରି ୧୭ ଗିରଫ ଓ ୧୬ ବାଇକ୍ ଜବତ। କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଉଦ୍ଦେଶ୍ୟରେ ସାରା ଦେଶରକୁ ଲକଡାଉନ କରାଯାଇଥିବା ବେଳେ ପ୍ରଶାସନ ଜନ ସାଧାରଣଙ୍କ ଠାରୁ ସହଯୋଗ କାମନା କରିଥିଲେ। ମାତ୍ର କେତେକ ଜନ ସାଧାରଣ ଏହାକୁ ଅମାନ୍ୟ କରୁଥିବାରୁ ଲକଡାଉନର ପ୍ରକୃତ ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ପ୍ରତ୍ୟେକ ଦିନ ଲକଡାଉନକୁ ନେଇ ଜନସାଧାରଣଙ୍କୁ ସଚେତନ କରାଯାଉଥିଲେ ହେଁ କେତେକ ଅସାଧୁ ଓ ଅମାନିଆ ଏହାକୁ ଖାତିର କରୁନାହାନ୍ତି। ଫଳରେ ପ୍ରତ୍ୟକ ଦିନ ପୁଲିସ ପକ୍ଷରୁ ଅମାନିଆ ଲୋକଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି।
ଏହି କ୍ରମରେ ଦେବଗଡ଼ ଜିଲ୍ଲା ବିଭିନ୍ନ ଥାନାଞ୍ଚଳରେ ଲକଡାଉନ ଅମାନ୍ୟ କରିବା ଅଭିଯୋଗରେ ଗତ ୨୪ ଘଣ୍ଟା ମଧ୍ୟରେ ଦେବଗଡ଼, ରିଆମାଳ ଓ କୁଂଢ଼େଇଗୋଳା ଥାନରେ ୨ଟି ଲେଖାଏଁ ମୋଟ ୬ଟି ମାମଲା ରୁଜ୍ଜୁ ହେବାସହ ପୁଲିସ ୧୭ଜଣ ଙ୍କୁ ଗିରଫ କରିଥିବା ବେଳେ ୧୬ଟି ବାଇକ ଜବତ କରିଥିବା ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି।