୧୫୦ ଫୁଟ ଗାତରେ ପଡ଼ି ୬ ଶ୍ରମିକ ମୃତ

ଗୁଆହାଟୀ,ଏଜେନ୍ସି: ମେଘାଳୟର ପୂର୍ବ ଜୟନ୍ତିଆ ପାହାଡରେ ଥିବା ଏକ ପରିତ୍ୟକ୍ତ କୋଇଲା ଖଣିକୁ ବେଆଇନଭାବେ ଖୋଳିବାକୁ ଉଦ୍ୟମ କରୁଥିବାବେଳେ ୧୫୦ ଫୁଟ ଗର୍ତ୍ତକୁ ଖସି ୬ ଜଣ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି। ଏକ ଚ୍ୟାନେଲ ଖୋଳୁଥିବାବେଳେ ସେମାନଙ୍କ ଯନ୍ତ୍ର ଭାଙ୍ଗିଯିବାରୁ ସେମାନେ ଗଭୀର ଗାତ ମଧ୍ୟକୁ ଖସିପଡିଥିଲେ। ୨୦୧୮ରେ ଏଭଳି ଏକ ଘଟଣାରେ ୧୫ ଜଣ ଶ୍ରମିକ ପ୍ରାୟ ଏକ ମାସ ଧରି ୩୭୦ ଫୁଟ ଗଭୀର ଖଣି ମଧ୍ୟରେ ଫସିଯାଇଥିଲେ। ସେମାନଙ୍କ ମଧ୍ୟରୁ ପାଞ୍ଚଜଣ ଜୀବନ ବଞ୍ଚାଇ ଉପରକୁ ଆସିଥିବାବେଳେ ଅନ୍ୟମାନଙ୍କର ମୃତ୍ୟୁ ଘଟିଥିଲା।