ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ : ଜଳିଗଲା ୬ ଦୋକନ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜଧାନୀ ଭୁବନେଶ୍ୱରର ଏଜି ଛକ ନିକଟରେ ଥିବା ଭେଣ୍ଡିଂ ଜୋନରେ ଆଜି ରାତି ସାଢ଼େ ୮ଟାରେ ଅଗ୍ନିକାଣ୍ଡ ଘଟିଛି । ଇଣ୍ଡିଆନ ଏୟାରଲାଇନ୍ସ କାର୍ଯ୍ୟାଳୟ ନିକଟରେ ଥିବା ଏହି ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ ହେବାରୁ ୬ଟି ଦେକାନ ସଂପୂର୍ଣ୍ଣ ଜଳି ଯାଇଥିବା ସୂଚନା ମିଳିଛି। ୨ଟି ଦୋକାନ ଆଂଶିକ ପ୍ରଭାବିତ ହୋଇଛି ।

ସୂଚନା ଅନୁଯାୟୀ, ଦୋକାନଗୁଡ଼ିକ ଜଳିଯାଉଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁଲିଭା କାର୍ଯ୍ୟରେ ୨ଟି ଗାଡ଼ି ନିୟୋଜିତ ହୋଇଥିଲା ।