ହୀରାକୁଦର ଆଉ ୬ଟି ଗେଟ୍ ବନ୍ଦ: ୧୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମୁଥିବା ହେତୁ ଆଉ ୬ଟି ଗେଟ୍ ବନ୍ଦ କରାଯାଇଥିବା ସୂଚନା ମିଳିଛି। ସକାଳେ ୪ଟି ଗେଟ୍ ବନ୍ଦ ହୋଇଥିଲା। ଏବେ ୧୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୮.୧୭ ଫୁଟ। ଏବେ ହୀରାକୁଦ ଜଳଭଣ୍ଡାରକୁ ୩ ଲକ୍ଷ ୭୧ ହଜାର ୨୭୪ ଘନଫୁଟ ଜଳ ପ୍ରବେଶ କରୁଛି। ସେହିପରି ୪ ଲକ୍ଷ ୯ ହଜାର ୩୮୩ ଘନଫୁଟ ଜଳ ନିଷ୍କାସିତ ହେଉଛି।

ମୁଣ୍ଡୁଳିରେ ହୀରାକୁଦ ବନ୍ୟା ଜଳ ପହଞ୍ଚିଥିଲେ ବି ଜଳସ୍ତର ବିପଦ ସଂକେତ ତଳେ ରହିଛି। ସକାଳ ୯ଟା ବେଳକୁ ମୁଣ୍ଡୁଳିରେ ୬ ଲକ୍ଷ ୭୬ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ସେହିପରି ଅନ୍ୟ ନଦୀର ବି ଜଳସ୍ତର ବିପଦ ସଂକେତ ତଳେ ରହିଛି।