ମହାରାଷ୍ଟ୍ରରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ୬ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ, ୫୦ ଆହତ

ଉତ୍ତରପ୍ରଦେଶ,ଏଜେନ୍ସି: ଗତକାଲି ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ଗୁନାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ବସ୍ ସହ ଟ୍ରକ ଧକ୍କା ଦେବା ଫଳରେ ୬ ଜଣ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ଆହତ ଶ୍ରମିକମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ଶ୍ରମିକମାନେ ମହାରାଷ୍ଟ୍ରରୁ ନିଜଘର ଉତ୍ତରପ୍ରଦେଶକୁ ଫେରୁଥିଲେ। ସେମାନେ ଏକ ଟ୍ରକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଗୁନାରେ ଏକ ବସ୍ ସହ ଟ୍ରକ ଧକ୍କା ହେବା ଫଳରେ ୬ ଜଣ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।