ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୬ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ

କେଉଁଝର,ଏନ୍ଏନ୍ଏସ୍: ଏକ ନାବାଳିକା ଗଣଦୁଷ୍କର୍ମ ମାମଲାରେ ସ୍ୱତନ୍ତ୍ର ପୋକସୋ କୋର୍ଟ ୬ଜଣ ଅଭିଯୁକ୍ତଙ୍କୁ ୨୦ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହାସହ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି କେଉଁଝର ଏଡିଜେ କୋର୍ଟ ୬ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କହିଛନ୍ତି।

ପ୍ରକାଶଯୋଗ୍ୟ, ୨୦୧୫ରେ ଜଣେ ନାବାଳିକା ମାର୍କେଟରୁ ଘରକୁ ଫେରୁଥିବା ବାଟରେ ସମ୍ପୃକ୍ତ ୬ଅଭିଯୁକ୍ତ ତାଙ୍କୁ ଏକ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ।