ଲକ୍ ଡାଉନ୍ ଅମାନ୍ୟ କରି ୬ ଗିରଫ

ଦେବଗଡ,ଏନ୍ଏନ୍ଏସ୍ : ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କୋରନା ଭାଇରସ ଓଡ଼ିଶା କୁପ୍ରବେଶ କରିବା ପରେ ସରକାର ଏବଂ ଜନସାଧାରଣଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ରାଜ୍ୟ ସରକାର ଏହାକୁ ବିର୍ଯ୍ୟୟ ଘୋଷଣା କରି ସାରା ରାଜ୍ୟକୁ ଲକ ଡାଉଡ ଘୋଷଣା କରିଛନ୍ତି। ଏପରି ସ୍ଥଳେ ଜିଲ୍ଲାର ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସକାଳ ୬ ରୁ ୧୦ ପର୍ଯ୍ୟନ୍ତ ରାସନ ଦୋକାନ, ଔଷଧ ଦୋକା , ପନିପରିବା, ମାଛ,ଅଣ୍ଡା ,ଫଳ ଓ କ୍ଷୀର ଦୋକାନ ଗୁଡିକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଖୋଳା ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

ଯାନବାହାନ ଚଳାଚଳ ଉପରେ ନିୟନ୍ତ୍ରଣ କରାଯାଇଥିଲେ ମଧ୍ୟ କେତେକ ଜନସାଧାରଣ ଏହାକୁ ମାନୁ ନ ଥିବାରୁ ସୋମବାର ଦେବଗଡ ଥାନାରେ ୩ଟି ମାମାଲା ବାରକୋଟ ଓ ରିଆମାଳ ଥାନାରେ ଗୋଟିଏ ଲେଖାଏଁ ମାମଲା ଋୁଜ୍ଜୁ ହୋଇଥିବା ବେଳେ ଉପରୋକ୍ତ ମାମଲାରେ ପୁଲିସ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ୪ଟି ବାଇକ ଓ ଗୋଟିଏ କାର ଜବତ କରାଯାଇଥିବା ଜିଲ୍ଲା ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ସେହିପରି ପୁଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ସପ୍ତାହରେ ଗୋଟିଏ ଦିନ ବିଶ୍ରାମ ପାଇଁ ସରକାରୀ ନିଷ୍ପତି ଘୋଷଣା ପରେ ଦେବଗଡ ଜିଲ୍ଲା ପୁଲିସ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯାଇଥିବା ଦେବଗଡ ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି ।