କଳାଧନ ଠାବ ସମ୍ପର୍କିତ ବୈଠକ, ୨ ମାସ ମଧ୍ୟରେ ରିପୋର୍ଟ ଦେବ ଏସଆଇଟି

କଟକ,ଏନ୍ଏନ୍ଏସ୍: କଳାଧନ ସମ୍ପର୍କିତ ଏକ ବୈଠକ ଆଜି ଏସଆଇଟି ଉପାଧ୍ୟକ୍ଷ ଅରିଜିତ ପ୍ରସାଦଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଏହି ଏସଆଇଟିର ବୈଠକରେ କଳା ଟଙ୍କାର ବ୍ୟବହାର ସମ୍ପର୍କରେ ବିସୃତ ଆଲୋଚନା ହୋଇଛି। ନିର୍ବାଚନ ବେଳେ କେଉଁ କେଉଁ ଉପାୟରେ କଳାଟଙ୍କାର ବ୍ୟବହାର ହୋଇଛି ସେ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଛି।

ନିର୍ବାଚନ ବେଳେ ବିପୁଳ କଳା ଟଙ୍କା, ଜୁଏଲାରୀ ଓ ଡ୍ରଗ୍ସ କାରବାର ହେଉଥିବା ଦେଖିବାକୁ ମିଳିବା ସହ ପୁଲିବ ଅନେକ ସ୍ଥାନରୁ ଏହାକୁ ଜବତ କରିଥିବା ଜଣାଯାଇଛି। ଏହି ଜବତ ଟଙ୍କା ସମ୍ପର୍କରେ ବିଭିନ୍ନ ସଂସ୍ଥା ରିପୋର୍ଟ ପ୍ରଦାନ କରିଛନ୍ତି। ତେବେ ଏହାର ତଦାରଖ କରିବା ପରେ ୨ମାସ ମଧ୍ୟରେ ସପ୍ତମ ଅନ୍ତରୀଣ ରିପୋର୍ଟ ଦାଖଲ କରାଯିବ ବୋଲି ଏସଆଇଟି ବୈଠକରେ ଜଷ୍ଟିସ ଅରିଜିତ ପ୍ରସାଦ କହିଛନ୍ତି। ଏହି ବୈଠକରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ, ସିବିଆଇ, ଜିଏସଟି, ଅର୍ଥମନ୍ତ୍ରାଳୟ ଓ ଗୃହମନ୍ତ୍ରାଳୟର ଅଧୀକାରୀ ଯୋଗଦେଇଛନ୍ତି। ଏଥିସହ ନିର୍ବାଚନ କମିସନ ନିର୍ଦ୍ଦେଶକ ବିକ୍ରମ ବତ୍ରା ଉପସ୍ଥିତ ଥିଲେ।