କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣା ଉପରେ ତଦନ୍ତ ପାଇଁ ସ୍ୱତନ୍ତ୍ର ଏସଆଇଟି ଗଠନ କରାଯିବ – ହାଇକୋର୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବହୁଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣା ଉପରେ ତଦନ୍ତ ପାଇଁ ସ୍ୱତନ୍ତ୍ର ଏସଆଇଟି ଗଠନ କରାଯିବ । ଓଡ଼ିଶା ପୋଲିସ ସଂସ୍ଥାର ୩ ଜଣ ଡିଆଇଜିଙ୍କୁ ଏଥିରେ ରଖାଯିବ । ସମସ୍ତ ଦିଗକୁ ତନ୍ନ ତନ୍ନ କରି ତଦନ୍ତ କରି ରିପୋର୍ଟ ଦେବା ପାଇଁ କୁହାଯାଇଛି । କୋର୍ଟର ତତ୍ୱାବଧନାରେ ଏସଆଇଟି ତଦନ୍ତ କରିବ । ଆଗାମୀ ଡିସେମ୍ବର ୧୬ ତାରିଖରେ ଶୁଣାଣୀ ହେବ । ମାମଲାର କ୍ଲୋଜର ରିପୋର୍ଟ କ୍ରାଇମବ୍ରାଂଚ କୋର୍ଟରେ ଦାଖଲ କରିଛି । ଅନ୍ୟପକ୍ଷରେ ପୀଡ଼ିତାଙ୍କ ମା ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ । ଉଭୟ ପକ୍ଷର ଶୁଣାଣୀ କରି ହାଇକୋର୍ଟର ମୁଖ୍ୟ ବିଚାରପତି ଏହି ନିର୍ଦ୍ଦେଶ ଦେଇଛନ୍ତି ।