ଅପ୍ରେଲ ୫ ପର୍ଯ୍ୟନ୍ତ ଜେଲରେ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ୫ ଦିନିଆ ଇଡ଼ି ରିମାଣ୍ଡ ଶେଷ ହେବାପରେ ଆଜି ସିସୋଦିଆଙ୍କୁ ରାଉଜ ଏଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଉକ୍ତ ମାମଲାରେ ସିସୋଦିଆଙ୍କୁ ପଚରାଉଚୁରା ପାଇଁ ଇଡି ରିମାଣ୍ଡ ଦାବୀ କରିନଥିଲା । ଏହାକୁ ଦୃଷ୍ଟିରେ ରଖି ସିସୋଦିଆଙ୍କୁ କୋର୍ଟ ଅପ୍ରେଲ ୫ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ପଠାଇଛନ୍ତି ।

ସୂଚନାଯୋଗ୍ୟ, ରାଉଜ ଏଭିନ୍ୟୁ କୋର୍ଟରେ ଜଜ୍ ଏମ୍ କେ ନାଗପାଲଙ୍କଠାରେ ସିସୋଦିଆ ପଢ଼ିବା ପାଇଁ କିଛି ବହି ଦାବୀ କରିଥିଲେ । ଏଥିଲାଗି ସେ ଆଜି କୋର୍ଟଙ୍କଠାରେ ଏକ ଆବେଦନ ପତ୍ର ମଧ୍ୟ ଦାଖଲ କରିଥିଲେ । ଆଉ ସିସୋଦିଆଙ୍କ ଆବେଦନକୁ କୋର୍ଟ ଗ୍ରହଣ କରି ତାଙ୍କୁ ଯେଉଁ ବହି ଆବଶ୍ୟକ ଦେବାକୁ ଆଦେଶ ଦେଇଛନ୍ତି ।