ଆସନ୍ତା ୪ରୁ ଶିଶିର ସରସ ମେଳା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜାନୁଆରୀ ପ୍ରଥମ ସପ୍ତାହରୁ ଜାତୀୟ ସ୍ତରୀୟ ଶିଶିର ସରସ ମେଳା ଆରମ୍ଭ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ଅଧୀନସ୍ଥ ଓରମାସ୍ ପକ୍ଷରୁ ଭୁବନେଶ୍ୱର ୟୁନିଟ ୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଏହି ମେଳା ଆୟୋଜିତ ହେବାକୁ ଯାଉଛି। ଜାନୁଆରୀ ୪ରୁ ୧୪ ପର୍ୟ୍ୟନ୍ତ ୧୧ ଦିନ ଧରି ଚାଲିବ।

ଏଥର ମେଳାରେ ମୋଟ ୩୦୦ ଷ୍ଟଲ ସ୍ଥାନ ପାଇବ। ମିନି ଇଣ୍ଡିଆ ବଜାର ସଦୃଶ ଏହି ମେଳାରେ ଭାରତର ୨୫ଟି ରାଜ୍ୟ ଅଂଶଗ୍ରହଣ କରୁଛନ୍ତି। ଓଡ଼ିଶାର ୩୦ ଜିଲ୍ଲାରୁ ସ୍ବୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦନକାରୀ ସେମାନଙ୍କ ହାତ ତିଆରି ସାମଗ୍ରୀ ବିକ୍ରି କରିବେ। ଗ୍ରାମୀଣ ଉତ୍ପାଦକମାନଙ୍କ ସାମଗ୍ରୀ ଗୁଡ଼ିକର ବିକ୍ରି ପାଇଁ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଏହି ମେଳାର ଆୟୋଜନ ହୋଇଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।