ମହାକାଶ ଯାତ୍ରା କରିବେ ଭାରତରେ ଜନ୍ମିତ ଶିରିଶା ବାନ୍ଦଲା

  • ନୂଆଦିଲ୍ଲୀ: ଭର୍ଜିନ୍ ଗାଲାକ୍ଟିକର ମାଲିକ ତଥା ଶିଳ୍ପପତି ରିଚାର୍ଡ ବ୍ରାନସନ ତାଙ୍କର ପ୍ରଥମ ମହାକାଶ ଯାତ୍ରା ସମ୍ପର୍କରେ ଘୋଷଣା କରିଛନ୍ତି। ରିଚାର୍ଡ ଜୁଲାଇ ୧୧ ତାରିଖରେ ମହାକାଶ ଯାତ୍ରା ଆରମ୍ଭ କରିବେ। ତେବେ ତାଙ୍କ ସହ ଏହି ମହାକାଶ ଯାତ୍ରାରେ ଜଣେ ଭାରତୀୟ ଝିଅ ମଧ୍ୟ ରହିବେ। ଭାରତରେ ଜନ୍ମଗ୍ରହଣ କରିଥିବା ଶିରିଶା ବାନ୍ଦଲା ଜୁଲାଇ ୧୧ରେ ମହାକାଶ ଯାତ୍ରା କରିବେ। ଶିରିଶା ଭର୍ଜିନ ଗାଲାକ୍ଟିକ୍ କମ୍ପାନୀରେ ସରକାରୀ ବ୍ୟାପାର ଓ ରିସର୍ଚ୍ଚ ଅପରେସନ ବିଭାଗର ଉପସଭାପତି ଭାବେ କାର୍ଯ୍ୟ କରନ୍ତି। ବ୍ରାନସନଙ୍କ ମହାକାଶ ଯାଉଥିବା ଅନ୍ୟ ୫ ଜଣ ସଦସ୍ୟଙ୍କ ମଧ୍ୟରେ ଶିରିଶା ରହିଛନ୍ତି। ଶିରିଶା ଭାରତରେ ଜନ୍ମ ହୋଇଥିଲେ ହେଁ ଆମେରିକା ନାଗରିକ। ସେ ଭାରତରେ ଜନ୍ମିତ ଦ୍ୱିତୀୟ ମହିଳାଭାବେ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି। ତାଙ୍କ ପୂର୍ବରୁ ପ୍ରଥମ ଭାରତୀୟ ଝିଅ ଭାବେ କଳ୍ପନା ଚାୱଲା ମହାକାଶ ଯାତ୍ରା କରିଥିଲେ। ହେଲେ ସ୍ପେସ୍ ସଟଲ କଲମ୍ବିଆ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିଲେ। ଶିରିଶା ବାନ୍ଦଲା ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୧୫ରେ ସରକାରୀ ବ୍ୟାପାର ମ୍ୟାନେଜର ଭାବେ ଭର୍ଜିନ ଗାଲାକ୍ଟିକରେ ଯୋଗ ଦେଇଥିଲେ।