ପ୍ରଶଂସକଙ୍କୁ ବାର୍ତ୍ତା ଦେଲେ ସିଂଘମ

ମୁମ୍ବାଇ: ବଲିଉଡ଼ ତାରକା ସଲମାନ ଖାନ ଓ ଅକ୍ଷୟ କୁମାରଙ୍କ ପରେ ଅଜୟ ଦେବଗନ ଏକ ଗୀତ ରିଲିଜ କରିଛନ୍ତି। ଗୀତଟିର ନାଁ ହେଉଛି ‘ଠହର ଯା’। ଗୀତଟି ମାଧ୍ୟମରେ ଅଜୟ ଲକଡାଉନ ସମୟରେ ଲୋକଙ୍କୁ ଘରେ ରହିବା ପାଇଁ ବାର୍ତ୍ତା ଦେଇଛନ୍ତି। ଅଜୟଙ୍କ ପ୍ରଯୋଜିତ ଏହି ଗୀତଟିକୁ ମେହୁଲ ବ୍ୟାସ ଗାଇଛନ୍ତି।