କରୋନା ଜାଲରେ ଫସିଲେ ସିନ୍ଧିଆ

ନୂଆଦିଲ୍ଲୀ: ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା’ ମାଧବୀ ରାଜେ ସିନ୍ଧିଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ଦୁହେଁ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

ସୂଚନାଯୋଗ୍ୟ, ଜ୍ୟୋତିରାଦିତ୍ୟ ଓ ତାଙ୍କ ମା’ଙ୍କୁ ଜ୍ୱର ଏବଂ ତଣ୍ଟି ଦରଜ ହେବା ଯୋଗୁ ଦୁହେଁ ସୋମବାର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ଦୁହିଁଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା ଯାହାର ରିପୋର୍ଟ ଆଜି ପଜିଟିଭ ଆସିଛି। କିନ୍ତୁ ସେ କିପରି କରୋନାରେ ଆକ୍ରାନ୍ତ ହେଲେ ସେନେଇ କୌଣସି ତଥ୍ୟ ମିଳିପାରି ନାହିଁ।