ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ

ବାରିପଦା,ଏନ୍ଏନ୍ଏସ୍: ଶିିମିଳିପାଳ ବାଘ୍ର୍ୟ ଉଦ୍ୟାନ ଓ ଜାତୀୟ ପାର୍କ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ତେବେ ବର୍ଷା ଯୋଗୁଁ ଗତ ଜୁନ୍ ୧୬ ତାରିଖରୁ ଅଭୟାରଣ୍ୟ ବନ୍ଦ ହୋଇଥିଲା। ପର୍ଯ୍ୟଟକ ମାନେ ଚାହିଁଲେ ରେ ଲଗ୍ ଅନ୍ କରି ଟିକେଟ୍ ବୁକ୍ କରିପାରିବେ। ତେବେ ଉଦ୍ୟାନର ପ୍ରବେଶ ପଥରେ ୨ଟି କାଉଣ୍ଟର କରାଯାଇଛି। ପର୍ଯ୍ୟଟକମାନେ ସେଠାକୁ ଯାଇ ଟିକେଟ୍ କିଣି ବୁଲିପାରିବେ।

ଦେଶର ବୃହତ୍ ପାର୍କ ଭାବେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଅନ୍ୟତମ। ଭୌଗଳିକ ଦୃଷ୍ଟିକୋଣ ଦେଖାଗଲେ, ଏହାକୁ ବେଙ୍ଗଲ୍ ଟାଇଗରଙ୍କ ଘର ବୋଲି କୁହାଯାଏ। ସାଧାରଣତଃ ବର୍ଷା ଯୋଗୁଁ ଯାତାୟତରେ ସମସ୍ୟ ଦେଖାଦେଉଥିବାରୁ ବାଘ୍ର୍ୟ ଉଦ୍ୟାନକୁ ଜୁନ୍ ମାସର ମଧ୍ୟ ଭାଗରୁ ଅକ୍ଟୋବର ପର୍ଯ୍ୟନ୍ତ ବନ୍ଦ ରଖାଯାଏ। ତେବେ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ନେଇ ଉଦ୍ୟାନ କର୍ତ୍ତୃପକ୍ଷ କହିଛନ୍ତି।