କୋରାପୁଟ,ଏନ୍ଏନ୍ଏସ୍: କରୋନା ଯୁଦ୍ଧରେ ଜୀବନ ହାରିଥିବା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଜିଲ୍ଲା ସଦର ମହକୁମାରେ ନୀରବ ପ୍ରାର୍ଥନା ଓ ଶପଥପାଠ କାର୍ଯ୍ୟକ୍ରମ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର , କୋରାପୁଟ ବିଧାୟକ ରଘୁରାମ ପଡାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି ଓ ପଟ୍ଟାଙ୍ଗୀ ବିଧାୟକ ପ୍ରିତମ ପାଢୀ, ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ମୋହନ ସାହୁ, ପ୍ରଧାନ ଟୁଲିଆମା, ଅର୍ଚନା ଦାସ, ସୁଶ୍ରୀ ସାଗରିକା ଷଡ଼ଙ୍ଗୀ, ସହକାରୀ ଜିଲ୍ଲାପାଳ ଜଗଜୀବନ ଚୌଧୁରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାଜଗୁରୁ, ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ, ମିଶନ ଶକ୍ତି ଜିଲ୍ଲା ସଂଯୋଜିକା ବିନୋଦିନୀ ବେହେରା, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଜୟକୃଷ୍ଣ ମହାପାତ୍ର, ଅଙ୍ଗନବାଡି କର୍ମୀ ଓ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସତ୍ୟନାରାୟଣ ପ୍ରଧାନ ଓ ଅଲିଭା କୁମାର ବେହେରା ପରିଚାଳନା କରିଥିଲେ। ସେହିପରି କୋରାପୁଟ ଏସପିଙ୍କ କାର୍ଯ୍ୟାଳୟରେ ମଧ୍ୟ ନୀରବ ପ୍ରାର୍ଥନା ସହ ଶପଥପାଠ କରାଯାଇଥିଲା। ଡିଇଓ ରାମଚନ୍ଦ୍ର ନାହାକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା।