ଶିଖର ଧାୱନଙ୍କ ରେକର୍ଡ

  • କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଦୁଇଟି ରେକର୍ଡ କରିଛନ୍ତି ଟିମ୍ ଇଣ୍ଡିଆର ଗବର। ମଇଦାନରେ ପାଦ ଥାପୁ ଥାପୁ ନୂଆ ରେକର୍ଡ କରିଛନ୍ତି ଶିଖର ଧାୱନ। କାରଣ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆର ମଙ୍ଗ ଧରିଛନ୍ତି ଶିଖର ଧାୱନ। ଅଧିନାୟକଭାବେ ପ୍ରଥମ ମ୍ୟାଚ ଖେଳୁଛନ୍ତି ଧାୱନ। ସେ ୩୫ ବର୍ଷ ୨୨୨ ଦିନରେ ଟିମ୍ ଇଣ୍ଡିଆର ଅଧିନାୟକ ହୋଇ ଭାରତର ସବୁଠୁ ବୟସ୍କ ଅଧିନାୟକ ହୋଇଛନ୍ତି। ଏଥିସହିତ ଆଉ ଏକ ବଡ଼ ରେକର୍ଡ କରିଛନ୍ତି ଶିଖର ଧାୱନ।
    ରବିବାର ଖେଳାଯିବାକୁ ଥିବା ପ୍ରଥମ ଦିନିକିଆରେ ବିଜୟୀ ହୋଇ ବଡ଼ ଉପଲବ୍ଧି ହାସଲ କରିବାକୁ ପ୍ରସ୍ତୁତ ଧାୱନ। ଯଦି ବିଜୟରୁ ଶିଖର ଧାୱନ ଯାତ୍ରା ଆରମ୍ଭ କରନ୍ତି ତେବେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରେକର୍ଡକୁ ପଛରେ ପକାଇବେ। ଶିଖର ଦିନିକିଆ କ୍ରିକେଟରେ ୫୯୭୭ ରନ୍ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ୨୩ ରନ୍ କରିବା ପରେ ୬ ହଜାର କ୍ଲବରେ ସାମିଲ ହୋଇଛନ୍ତି ଶିଖର ଧାୱନ। ୧୦ମ ଭାରତୀୟ ଖେଳାଳିଭାବେ ଏହି ଖାସ୍ ଉପଲବ୍ଧି ହାସଲ କରିଛନ୍ତି ଶିଖର।
    ଏଥିସହିତ ଶିଖର ଧାୱନ ଦ୍ୱିତୀୟ ଭାରତୀୟ କ୍ରିକେଟରଭାବେ ଦ୍ରୁତ ୬୦୦୦ ରନ୍ କରିଛନ୍ତି। ଦ୍ରୁତ ୬୦୦୦ ରନ୍ କରିବା ମାମଲାରେ ଟିମ୍ ଇଣ୍ଡିଆର ଅଧିନାୟକଙ୍କ ବିରାଟ କୋହଲି ଆଗରେ ଅଛନ୍ତି। ବିରାଟ ମାତ୍ର ୧୩୬ଟି ଇନିଂସରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। କୋହଲି ଏହି ଉପଲବ୍ଧି ହାସଲ କରିବାକୁ ୬ ବର୍ଷ ୮୩ ଦିନ ଲାଗିଥିଲା।