ବିବାହର ୮ ବର୍ଷ ପରେ ଛାଡ଼ପତ୍ର ନେବେ ଶିଖର ଓ ଆଇଶା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଶିଖର ଧୱନ ଓ ପତ୍ନୀ ଆଇଶା ମୁଖାର୍ଜୀ ବିବାହର ୮ ବର୍ଷ ପରେ ଛାଡ଼ପତ୍ର ନେବାକୁ ଯାଉଛନ୍ତି। ଏନେଇ ଆଇଶା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଧୱନଙ୍କର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ। ଧୱନ ଏବେ ଆଇପିଏଲ୍ ଖେଳିବା ଲାଗି ଦୁବାଇରେ ଅଛନ୍ତି। ଧୱନଙ୍କ ପ୍ରତିକ୍ରିୟା ପରେ ହିଁ ଆଇଶାଙ୍କ ପୋଷ୍ଟର ସତ୍ୟତା ସାମ୍ନାକୁ ଆସିବ।

ସୂଚନାଯୋଗ୍ୟ, ଶିଖର ଓ ଆଇଶା ୨୦୧୨ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୨୦୧୪ରେ ଶିଖର ଓ ଆଇଶାଙ୍କୁ ଏକ ପୁଅ ହୋଇଥିଲା ଯାହାର ନାମ ଜୋରାବର। ଶିଖରଙ୍କ ପୂର୍ବରୁ ଆଇଶା ତାଙ୍କ ପ୍ରଥମ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିଲେ ଯାହାଙ୍କଠାରୁ ତାଙ୍କର ୨ଟି ଝିଅ ରହିଛନ୍ତି।