ଚଣ୍ଡିଗଡ଼,ଏଜେନ୍ସି: ନବଜ୍ୟୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଦେଇଥିବା ଇସ୍ତଫାକୁ ପ୍ରତ୍ୟାହାର କରିଛନ୍ତି। ଶୁକ୍ରବାର ଚଣ୍ଡିଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରି ସିଦ୍ଧୁ କହିଛନ୍ତି ଯେ, ସେ ପୁଣି ଦାୟିତ୍ୱ ଗ୍ରହଣ କରିବେ। ପ୍ରତ୍ୟେକ ପଞ୍ଜାବୀଙ୍କ ମଙ୍ଗଳକୁ ଦୃଷ୍ଟିରେ ରଖି ସେ ଇସ୍ତଫା ଦେଇଥିଲେ। ସେ ନୂଆ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସହ ହୋଇଥିବା ମତଭେଦକୁ ଅସ୍ୱୀକାର କରିଛନ୍ତି।
ସୂଚନାଯୋଗ୍ୟ, ପ୍ରଥମେ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ଦୀର୍ଘ ଦିନ ଧରି ତାଙ୍କର ବିବାଦ ରହିଥିଲା। ଏହା ପରେ ପଞ୍ଜାବ କଂଗ୍ରେସର ‘ଅଧିନାୟକ’ ହୋଇଥିବା ନବଜ୍ୟୋତ ସିଂ ସିଦ୍ଧୁ କିଛି ନିଯୁକ୍ତିକୁ ନେଇ ନୂତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସହ ମତଭେଦ ହୋଇଥିଲା। ଏହାପରେ ସେ ଇସ୍ତଫା ଦେଇଥିଲେ।
ସେ ଆହୁରି କହିଛନ୍ତି ଯେ, ସିଦ୍ଧୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସହ ମତଭେଦକୁ ଅସ୍ୱୀକାର କରି କହିଛନ୍ତି ଯେ, ବିବାଦ କିଛି ବ୍ୟକ୍ତିଗତ ନୁହେଁ। ମୁଁ ତାଙ୍କ ସହିତ ରାଜ୍ୟର ଉନ୍ନତି ପାଇଁ କଥାବାର୍ତ୍ତା କରୁଛି। ଚରଣଜିତ ଚନ୍ନିଙ୍କ ସହ ମୋର କୌଣସି ମତଭେଦ ନାହିଁ। ମୁଁ ଯାହା କରୁଛି ତାହା ପଞ୍ଜାବ ପାଇଁ, ମୁଁ ପଞ୍ଜାବ ପାଇଁ ଛିଡା ହୋଇଛି, ପଞ୍ଜାବ ହେଉଛି ମୋର ପ୍ରାଣ। ତାହା ହେଉଛି ମୋ ଲକ୍ଷ୍ୟ ବୋଲି କହିଛନ୍ତି ସିଦ୍ଧୁ।